×

Odia Friend's video: - Papu Pom Pom Will Return to Ollywood Again

@ପୁଣି ବଡ଼ ପରଦାକୁ ଫେରିବେ ହାସ୍ୟ ଅଭିନେତା ପପୁ ପମ୍ ପମ୍ - Papu Pom Pom Will Return to Ollywood Again
ପୁଣି ବଡ଼ ପରଦା ଓଲିଉଡ଼ କୁ ଫେରିବେ ହାସ୍ୟ ଅଭିନେତା ପପୁ ପମ୍ ପମ୍ Pappu Pom Pom or Tattwa Prakash Satapathy will Return to Ollywood or Odia Cinema Film Again ===================================================== ବହୁଦିନ ପରେ ପୁଣି ଥରେ ବଡ଼ ପରଦାକୁ ଫେରିବେ ଲୋକପ୍ରିୟ କେମେଡିଆନ ତଥା ହାସ୍ୟ ଅଭିନେତା ତତ୍ତ୍ଵପ୍ରକାଶ ଶତପଥୀ ଓରଫ ପପୁ ପମ୍ ପମ୍। ଛୋଟ ପରଦା ହେଉ କିମ୍ଵା ବଡ଼ ପରଦା, ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗଉଥିବା ଏହି କମେଡିଆନ ଅସୁସ୍ଥତା ଯୋଗୁଁ ଦୀର୍ଘ ସମୟ ଧରି ଅଭିନୟ ଜଗତରୁ ଦୂରେଇ ଯାଇଥିଲେ। କିନ୍ତୁ ଖୁସିର ଖବର ଏହିକି ଯେ ସେ ପୁଣି ମନୋରଞ୍ଜନ ଜଗତ କୁ ଫେରୁଛନ୍ତି। ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ୟଙ୍କ ସହ 'ମିଷ୍ଟର କହ୍ନେୟା' ନାମକ ଫିଲ୍ମରେ ଦର୍ଶକଙ୍କ ସାମ୍ନାକୁ ଏକ ନୂଆ ରୂପରେ ଆସୁଛନ୍ତି ପପୁ ପମ୍ ପମ୍। ସୀତାରାମ ଅଗ୍ରଓ୍ଵାଲ ଓ ନମିତା ଅଗ୍ରଓ୍ଵାଲଙ୍କ ନର୍ମିତ ଏହି ଚଳଚିତ୍ରର ସୁଟିଙ୍ଗ ବିଭିନ୍ନ ଲୋକେସନ ରେ ଆରମ୍ଭ ହୋଇଯାଇଛି। ଏହାର ନିର୍ଦ୍ଦେଶନା ଦେଉଛନ୍ତି ରମେଶ ରାଉତ ଓ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ୍। ଏହା ଗଣେଶ ପୂଜା ଅବସରରେ ରିଲିଜ ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼ର ସଲମାନ ଖାନ୍ --- ନାମକ ଚଳଚିତ୍ର ପରେ ପପୁ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ୨୦୧୮ରେ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାୟ ୨ମାସ ସେଠାରେ ଚିକିସ୍ତିତ ହେବା ପରେ ସେ ଓଡ଼ିଶା ଫେରି ଆସିଥିଲେ। ସେ pancreatic ନାମକ ଏକ ମାରାତ୍ମକ ରୋଗ ରେ ପୀଡିତ ଥିଲେ। ବର୍ତ୍ତମାନ ସେ ସଂପୂର୍ଣ୍ଣ ସୁସ୍ଥ ହେବାପରେ ଚଳଚିତ୍ର ଦୁନିଆକୁ ଫେରିଛନ୍ତି। ନିକଟରେ ପପୁଙ୍କ ନିର୍ମିତ ଚିରକୁଟ ନାମକ ଏକ ଫିଲ୍ମ ବଡ ପରଦାକୁ ଆସିଥିଲା। ବର୍ତ୍ତମାନ ଦର୍ଶକ ଅପେକ୍ଷା କରିଛନ୍ତି ପପୁଙ୍କୁ ପୁଣି ଥରେ ବଡ଼ ପରଦାରେ ଦେଖିବାକୁ। ଆଶା କରା ଯାଉଛି ଏ ଫିଲ୍ମ ଟି ଦର୍ଶକଙ୍କୁ ମନୋରଞ୍ଜନ ର ଖୋରାକ ଯୋଗାଇବାରେ ସମର୍ଥ ହେବ ।

13

1
Odia Friend
Subscribers
23.8K
Total Post
9
Total Views
5.8M
Avg. Views
180.2K
View Profile
This video was published on 2019-07-27 20:44:40 GMT by @Odia-Friend on Youtube. Odia Friend has total 23.8K subscribers on Youtube and has a total of 9 video.This video has received 13 Likes which are lower than the average likes that Odia Friend gets . @Odia-Friend receives an average views of 180.2K per video on Youtube.This video has received 1 comments which are lower than the average comments that Odia Friend gets . Overall the views for this video was lower than the average for the profile.

Other post by @Odia Friend